ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ DOGE ପଦ ଛାଡିଲେ ବିବେକ ରାମାସ୍ୱାମୀ, ଜାଣନ୍ତୁ ଏହାର କାରଣ କ’ଣ?

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ ୨୧।୦୧; ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ପରେ ହ୍ଵାଇଟ ହାଉସ କହିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ଭାରତୀୟ ମୂଳ ଆମେରିକୀୟ ଉଦ୍ୟୋଗୀ ବିବେକ ରାମସ୍ୱାମୀ DOGE ଛାଡିବାକୁ ଘୋଷଣା କରିଛନ୍ତି। ଏହାର ନେତୃତ୍ୱ ନେବା ପାଇଁ ଡୋନାଲ୍ଡ ଟ୍ରମ୍ପ ବିବେକ ରାମାସ୍ୱାମୀ ଏବଂ ବିଲିୟନେୟାର ଏଲନ ମସ୍କଙ୍କୁ ବାଛିଥିଲେ।

ସୂଚନାଯୋଗ୍ୟ ଯେ ୩୯ ବର୍ଷୀୟ ଭାରତୀୟ ମୂଳ ଉଦ୍ୟୋଗୀ ବିବେକ ରାମାସ୍ୱାମୀ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ପରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ ବିବେକେ ରାମାସ୍ୱାମୀ ଓହିଓ ରାଜ୍ୟପାଳ ପଦ ପାଇଁ ତାଙ୍କ ପ୍ରାର୍ଥୀପତ୍ର ଉପସ୍ଥାପନ କରିବାକୁ ସୂଚିତ କରିଛନ୍ତି।

ଉଦ୍ୟୋଗୀ ବିବେକ ରାମାସ୍ୱାମୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଥିଲେ, “DOGE ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ମୋ ପାଇଁ ଗୌରବର ବିଷୟ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏଲନ୍ ମସ୍କ ଏବଂ ତାଙ୍କ ଦଳ ସରକାରଙ୍କୁ ଶୃଙ୍ଖଳିତ କରିବାରେ ସମ୍ପୂର୍ଣ୍ଣ ସଫଳ ହେବେ। ମୁଁ ଶୀଘ୍ର ଓହିଓରେ ମୋର ଭବିଷ୍ୟତ ଯୋଜନା ବିଷୟରେ ଅଧିକ ସେୟାର କରିବି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାକୁ ପୁଣିଥରେ ମହାନ କରିବାରେ ସାହାଯ୍ୟ କରିବାକୁ ଆମେ ସମସ୍ତେ ପ୍ରସ୍ତୁତ। ”

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.